ବାଲିପାଟଣା ( ଏଟିଆର ବ୍ୟୁରୋ): ୧୬ ନଂ ଜାତୀୟ ରାଜପଥରେ ଏକ ଟ୍ରକ ଟ୍ରେଲର ପଛପଟେ ବାଡେଇବାରୁ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି । ଖବର ମୁୁତାବକ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଭୁବନେଶ୍ୱର ପାହାଳ ରୁଦ୍ର ପ୍ରତାପପୁର ନିକଟରେ ଏହି ଦୁର୍ଘଟଣା ହୋଇଛି । ଖବର ମୁତାବକ ଭୁବନେଶ୍ୱରରୁ କଟକ ଆସୁଥିବା ଏକ ମିନି ଟ୍ରକ ହଠାତ ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡିଥିଲା ।
ମିନି ଟ୍ରକ ପଛେ ପଛେ ଏକ ଟ୍ରେଲର ଆସୁଥିଲା ଟ୍ରେଲରଟି ମିନି ଟ୍ରକ ଓଲଟିବା କ୍ଷଣି ବ୍ରେକ ମାରିଥିଲା । ମାତ୍ର ଟ୍ରେଲର ପଛରେ ଆସୁଥିବା ଏକ ହାଇସ୍ୱା ଟ୍ରକ ବ୍ରେକ ନ ମାରି ପାରିବାରୁ ସିଧା ଟ୍ରେଲର ପଛପଟେ ବାଡେଇଥିଲା । ଯାହା ଫଳରେ ହାଇବାର କ୍ୟାବିନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ହାଇବାର ଚାଳକ ସମେତ ହେଲପରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ୨ ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଥିଲା ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା ସୁଧାରିବା ସହିତ ଦୁଇ ଜଣଙ୍କ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଥିଲା । କ୍ୟାବିନ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ପୋଲିସ କଟର ସାହାର୍ଯ୍ୟରେ ଗାଡି କାଟି ମୃତକ ଦ୍ୱୟଙ୍କ ଶବ ଉଦ୍ଧାର କରିଥିଲେ ।