କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ) : ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡା । ଫୁଟିଲା ଗୁଳି । କେନ୍ଦ୍ରାପଡାରେ ପୁଣି ଘଟିଛି ଗୁଳିକାଣ୍ଡ । ଗୋଟେ ପଟେ ପାଟକୁରା ନିର୍ବାଚନ ପାଇଁ ଜିଲ୍ଲାରେ ରାଜନେତାଙ୍କ ଭିଡ ଲାଗିଥିବା ବେଳେ ଏପଟେ ଦୃବୁର୍ତ୍ତ ଖେଳାଉଛନ୍ତି ଆତଙ୍କ । ଗତକାଲି କେନ୍ଦ୍ରପଡାରେ ଜଣେ ଯୁବ ବ୍ୟବସାୟୀଙ୍କୁ ଦୃବୁର୍ତ୍ତ ଗୁଳିମାଡ କରିଥିଲେ । ଯାହାର ପ୍ରତିବାଦରେ ଆଜି ଧର୍ମ ରକ୍ଷା ସେନା ପକ୍ଷରୁ ତିନିମୁହାଣି ଓ ଗୁଲନଗର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।
ଏଥିସହ ଦୋକାନ ବଜାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାସ୍ତା ଅବରୋଧ ଫଳରେ ଯାତାୟତ ପ୍ରଭାବିତ ହୋଇଛି ରାସ୍ତା ଅବରୋଧ ଯୋଗୁ ଦୁଇ ପାର୍ଶ୍ଵରେ ଶତାଧିକ ଗାଡ଼ି ମଟର ଅଟକି ରହିଛି। ସୂଚନାଯୋଗ୍ୟ ଗତକାଲି ରାତ୍ରରେ ତିନିମୁହାଣି ଛକରେ ବ୍ୟବସାୟୀ ବିବେକାନନ୍ଦ ମହାରଣା ଗୁଳିମାଡ କରାଯାଇଥିଲା । ଗୁଳିମାଡରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଗୁଳିମାଡ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।
ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତିଦିନ ପରି ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ଅତି ନିକଟରୁ ଗୁଳିମାଡ କରିଥିଲେ । ଏଠାରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥବା ସନ୍ଦେହ କରାଯାଉଛି। ବର୍ତ୍ତମାନ କେନ୍ଦ୍ରପଡାରେ ନିର୍ବାଚନ ମାହୋଲ ରହିଥିବା ବେଳେ ଏହି ଘଟଣା ସାଧାରଣ ଲୋକଙ୍କୁ ଭୟବୀତ କରିଛି ।