ଭଦ୍ରକ ( ଏଟିଆର ବ୍ୟୁରୋ): ଏବେ ରାଜଧାନୀରେ କରୋନା ପରିସ୍ଥିତି ଟିକେ ସ୍ଥିର ରହିଥିବା ବେଳେ ଏବେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ସୁନ୍ଦରଗଡରେ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପଦଷ୪ପ ନିଆଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ଏକ ନୂଆ ପଦକ୍ଷେପ ନେଇଛି । ଭଦ୍ରକରେ ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନକୁ ଡ୍ରୋନ କ୍ୟାମେରା ଜଗିବ ବୋଲି ସୂଚନା ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବାଧ ଚଳପ୍ରଚଳ ଉପରେ ନଜର ରଖିବ ଏହି କ୍ୟାମେରା ।
ସୂଚନାଯୋଗ୍ୟ ଗତକାଲି ଭଦ୍ରକ ଜିଲ୍ଲାରୁ ୩ ଜଣ ପଜିଟିଭ ପୁଣି ଚିହ୍ନଟ ହୋଇଥିଲେ । ଯାହା ଏବେ ଭଦ୍ରକ ଜିଲ୍ଲାପ୍ରଶାସନ ପାଇଁ ପୁଣି ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ୩ ପଜିଟିଭ ଚିହ୍ନଟ ହେବା ପରେ ଏବେ ଭଦ୍ରକରେ ପୁଣି ନୂଆ ୩ ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି । ପୂର୍ବରୁ ୧୮ ଟି କଣ୍ଟେନମେଣ୍ଟ ଜୋନ ଥିବା ବେଳେ ଏବେ ଏହା ୨୧ କୁ ବୃଦ୍ଧି ପାଇଛି । ଭଦ୍ରକ ବନ୍ତର ୪ ଟି ଗାଁ, ସେହିଭଳି ବାସୁଦେବ ପୁରରେ ବ୍ଲକରେ ୨ ପଜିଟିଭ ଚିହ୍ନଟ ହେବା ପରେ ଚୂଡାମଣି ଓ କିସ୍ମତପୁର ଅଞ୍ଚଳକୁ ପ୍ରଶାସନ ସିଲ କରିଛି । ଏହି ୩ ଜୋନରେ ସମସ୍ତ ରାସ୍ତାକୁ ସିଲ କରାଯାଇଛି ।