ସମ୍ବଲପୁର(ଏଟିଆର ବ୍ୟୁରୋ): ଆରମ୍ଭ ହୋଇଛି ଶୀତ ଋତୁ । ହଲୁକା ଶୀତ ଲହରୀରେ ପର୍ଯ୍ୟଟକ ମାନେ ପ୍ରକୃତିର ମଜା ନେବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ଭିଡ ଲଗାଉଛନ୍ତି । ବହୁ ପିକିନିକି ସ୍ପଷ୍ଟରେ ଭୋଜି ଭାତ କରୁଛନ୍ତି । ତେବେ ଓଡିଶାର ଗୌରବ କୁହାଯାଉଥିବା ହୀରାକୁଦ ଡ୍ୟାମରେ ମଧ୍ୟ ଲୋକ ମାନଙ୍କର ଭିଡ ଜମିବାରେ ଲାଗିଲାଣି । ଏହାରି ଭିତରେ ହୀରାକୁଦ ଡ୍ୟାମରେ ରୋପ ୱେ ସେବା ଆରମ୍ଭ ହୋଇଯାଇଛି । ଏଣିକି ପର୍ଯ୍ୟଟକ ମାନେ ଡ୍ୟାମ ବୁଲିବା ସହ ରୋପ ୱେ ସେବାର ମଜା ନେଉଛନ୍ତି ।
ସମ୍ବଲପୁର ମୁନୁସିପାଲଟି ଦ୍ୱାରା ଏହି ସେବା ଆରମ୍ଭ କରାଯାଇଛି । ଏହି ସେବା ନେହୁରୁ ପାର୍କରୁ ଗାନ୍ଧୀ ମିନାର ପର୍ଯ୍ୟନ୍ତ କରାଯାଇଛି । ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ଏହି ସେବା କରାଯାଇଥିବା ବେଳେ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଏଥିରେ ବସିବା ପାଇଁ ଭିଡ ଜମାଉଛନ୍ତି । ହୀରାକୁଦ ଜଳଭଣ୍ଡାର ସହ ରୋପ ୱେରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁରୁ ମଜା ନେଇଛନ୍ତି ପର୍ଯ୍ୟଟକ ମାନେ । ଏହି ରୋପ ୱେ ସେବା ଜଣକା ପିଛା ୫୦ ଟଙ୍କା ମୂଲ୍ୟ ରଖାଯାଇଛି । ସୋମବାର ଦିନ ଏହି ସେବା ବନ୍ଦ ରହୁଥିବା ବେଳେ ଅନ୍ୟ ଦିନ ମାନଙ୍କରେ ଏହା ସକାଳ ୯ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।