ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଠାରୁ ସପ୍ତାହର ସାତ ଦିନ ଚଳାଚଳ କରିବ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ । ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏହି ଟ୍ରେନ ପାଇଁ ସ୍ଥିର ହୋଇଥିବା ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ । ସୂଚନ ଯୋଗ୍ୟ ଥାଉକି ଏହି ଏକ୍ସପ୍ରେସ ୨୦୧୧ ନଭେମ୍ବର ଠାରୁ ସପ୍ତାହକୁ ୩ ଦିନ ଝାହସୁଗୁଡା ରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିଲା । ୨୦୧୨ ରେ ଏହାକୁ ରାଉରକେଲାକୁ ସମ୍ପ୍ରସାରିତ କରାଯାଇଥିଲା । ତେବେ ଏହାର ପଞ୍ଚ ବର୍ଷ ପରେ ଅର୍ଥାତ ୨୦୧୭ ମାର୍ଚ୍ଚା ମାସରେ ଏହାକୁ ଗୁଣୁପୁରୁକୁ ସମ୍ପ୍ରସାରଣ କରାଯାଇଥିଲା ।
ଫଳରେ ଏହି ଏକ୍ସପ୍ରେସ ରାଉରକେଲା, ଭୁବନେଶ୍ୱର, ଗଜପତି ଓ ରାୟଗଡା ଜିଲ୍ଲାର ବିଭିନ୍ନ ସହରକୁ ସିଧାସଳଖ ଚଳାଚଳ କରୁଥିଲା । ତେବେ ଯାତ୍ରୀ ମାନଙ୍କ ଚାହିଦାକୁ ନଜରରେ ରଖାଯାଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଟ୍ରେନକୁ ୩ ଦିନ ବଦଳରେ ୬ ଦିନ ଚଳାଚଳ କରିବା ପାଇଁ ୨୦୧୯ ମାର୍ଚ୍ଚା ମାସରେ ନିଷ୍ପତି ନିଆଯାଇଥିଲା । ତେବେ ଆଜି ଠାରୁ ଏହି ଏକ୍ସପ୍ରେସ ସପ୍ତାରରେ ସବୁଦିନ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି । ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଲ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।