ରାଉରକେଲା(ଏଟିଆର ବ୍ୟୁରୋ: ରାଉରକେଲା ଏନଆଇଟିରେ ଅନଲାଇନରେ ପରୀକ୍ଷା ହେବ ବୋଲି କତ୍ତୃପକ୍ଷ ନିଷ୍ପତ୍ତିନେଇଛନ୍ତି । ୭ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏନଆଇଟି ହଷ୍ଟେଲକୁ ଛୁଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏନଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି ।
ପୂର୍ବରୁ ଅଫଲାଇନରେ ପରୀକ୍ଷା କରିବା ପାଇଁ କତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ହେଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ । ତେବେ କେଉଁ ସମୟରେ ପରୀକ୍ଷା ହେବ ତାହା ନେଇ ଆଉଥରେ ତାରିଖ ପ୍ରକାଶ ପାଇବ ବୋଲି କୁହାଯାଇଛି ।
ହଷ୍ଟେଲରେ ଏକା ସହ ଲଗାତାର ଭାବେ ୩ ଦିନ ଧରି ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କୋଭିଡ ଟେଷ୍ଟ ପରେ ହଷ୍ଟେଲ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଏନଆଇଟି କ୍ୟାମ୍ପସରେ କୋଭିଡ କଟକଣା କଡାକଡି କରାଯିବା ସହ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି