ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଭଳି ସମୟରେ ଯେତେ ଶୀଘ୍ର ଆକ୍ରାନ୍ତ ଚିହ୍ନଟ ହେବେ ସେତେ ପରିମାଣରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା କମିଯିବ । ତେବେ ଏହି ଭଳି ସମୟରେ କୋଭିଡ ପରୀକ୍ଷାକୁ ଶସ୍ତା କରିଛନ୍ତି ରାଜ୍ୟ ସରକାର । ଏଣିକି ୧୨ଟଙ୍କାରେ RT-PCR ଟେଷ୍ଟ ହେବ । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପୂର୍ବରୁ ଏହି ପରୀକ୍ଷା କରିବା ନିମନ୍ତେ ୨୨ଶହ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୧୨ଶହ ଟଙ୍କାକୁ ହ୍ରାସ ପାଇଛି । ଭୁବନେଶ୍ୱରର ୪ଟି ସ୍ଥାନରେ କରିହେବ ଏହି ପରୀକ୍ଷଣ । ୪ଟି ଘରୋଇ ପରୀକ୍ଷାଗାର ଗୁଡିକ ହେଲା ଆପୋଲୋ ହସପିଟାଲ, ସମ ହସପିଟାଲ, ଜେନେକ୍ସ, କିଟ ପରିସରରେ ଥିବା ଇନଡିଏନଏ ଲାଇଫ ସାଇନ୍ସେସରେ ଉପଲବ୍ଧ ହୋଇପାରିବ ।
ତେବେ ଘରୋଇ ପରୀକ୍ଷାଗାରରେ କରୋନା ପରୀକ୍ଷା ଆରଏମଆରସି ତତ୍ତ୍ୱାବଧାନରେ କରାଯିବ । ଏହାସହ ପରୀକ୍ଷା ଆଇସିଏମଆର ଦ୍ୱାରା ଧାର୍ଯ୍ୟ ଗାଇଡଲାଇନ ପାଳନ ପୂର୍ବକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
କମିଲା କରୋନା ପରୀକ୍ଷା ଦର, ଶସ୍ତା ହେଲା RT-PCR ଟେଷ୍ଟ
Tags #AtrNews #Odisha