ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକର କର୍ମଚାରୀଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରିବା ପାଇଁ କିଛି ନିଦ୍ଧିଷ୍ଟ ବିଭାଗରେ ନିଦ୍ଧିଷ୍ଟ ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟ ଆସି କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ତେବେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ବୃଦ୍ଧି ହେବା ପରେ ଏବେ ରାଜ୍ୟ ସରକାର ଆସନ୍ତକାଲି ଠାରୁ ସମସ୍ତ ଅଫିସ ପୁଣି କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଛନ୍ତି ।
ସୂଚନା ଅନୁସାରେ କ୍ରିଟିକାଲ ବିଭାଗରେ ଆଗରୁ ୩୫ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ନିର୍ଦେଶ ରହିଥିବା ବେଳେ ତାକୁ ଏବେ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ସେବା , ଖଣି, କୃଷି ପ୍ରକ୍ରିୟା କରଣ, ଶିଳ୍ପାଞ୍ଚଳ ବିକାଶ, ବନୀକରଣ ଓ ରକ୍ଷଣା ବେକ୍ଷଣ, ଜଙ୍ଗଲଯାତ ସାମଗ୍ରୀ କ୍ରୟ, ପାନୀୟ ସାମଗ୍ରୀ ସହିତ ଜଡିତ ସବୁ ନିଗମର ଶତ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବାକୁ ବିଭାଗ ମାନଙ୍କୁ ନିର୍ଦେଶ ଦିଆଯାଇଛି ।
ସେହିଭଳି ଆଶିଂକ କ୍ରିଟିକାଲ ବିଭାଗରେ ୩୦ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ ଅଫିସ ଆସିବାକୁ କୁହାଯାଇଛି । ହି ୩ୟ ପର୍ଯ୍ୟାୟ ଲକ ଡାଉନରେ ୧୫ ଟି ବିଭାଗକୁ କ୍ରିଟିକାଲ ଓ ଅନ୍ୟସମସ୍ତ ବିଭାଗକୁ ଆଶିଂକ କ୍ରିଟିକାଲ ବିଭାଗରେ ସାମିଲ କରାଯାଇଛି ।