କଟକ(ଏଟିଆର ବ୍ୟୁରୋ): ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ସବ୍ୟସାଚୀ । ଓଲିଉଡର ବହୁ ଚର୍ଚ୍ଚତ ସୁପରଷ୍ଟାର ଅର୍ଚ୍ଚିତା ଓ ସବ୍ୟସାଚୀଙ୍କର ଆଜି ବାହାଘର । ରାଜସ୍ଥାନର ଏକ ହୋଟେଲ୍ରେ ପରିବାର ବର୍ଗ ଓ କିଛି ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠତ ହେବ ଏହି ବିବାହ । ଏନେଇ ଦୁହେଁ ସୋସିଆଲ ମିଡିଆରେ ଜଣାଇଛନ୍ତି ।
ଅନେକ ଦିନ ଧରି ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେବା ପରେ କିଛି ଦିନ ପୁର୍ବରୁ ତାଙ୍କର ନିବନ୍ଧ ସରିବା ପରେ ଖୁବ୍ଶୀଘ୍ର ତାଙ୍କ ବାହାଘର ହେବ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । ଦୁହେଁ ସୋସିଆଲ ମିଡିଆରେ ସୂଚନା ଦେବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।
କରୋନା ମହାମାରୀ ସମୟରେ ସବ୍ୟଙ୍କ ସହଯୋଗପୁର୍ଣ୍ଣ ହାତ କେବଳ ଓଡିଶା ନୁହେଁ ସାରା ଓଡିଶାରେ ବେଶ୍ ପରିଚିତ । ଏଥିପାଇଁ ବହୁଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଦୁଇ ଯୋଡିଙ୍କ ବିବାହ ରାଜସ୍ଥାନରେ ହୋଇଥିବା ବେଳେ ଓଡିଶା ଫେରିବା ପରେ ଏଠାରେ ଅତିଥିମାନଙ୍କୁ ନେଇ ଆଉ ଏକ ଭୋଜିର ଆୟୋଜନ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।