ମୁମ୍ବାଇ(ଏଡିଆର ବ୍ୟୁରୋ):ଭାରତୀୟ କ୍ରିକେଟ୍ ଆଇକନ୍ ସଚିନ୍ ତେନ୍ଦୁଲକର ଛଅଟି ରାଜ୍ୟରେ ଗୁରୁତର ରୋଗରେ ପୀଡିତ ୧୦୦ ଜଣ ବଞ୍ଚିତ ଶିଶୁଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା କରିବେ ବୋଲି କହିଛନ୍ତି । କରୋନା ମହାମାରୀ ସମୟରେ ୬ ଟି ରାଜ୍ୟର ୧୦୦ ଜଣ ଗୁରୁତର ଶିଶୁଙ୍କୁ ବା ଅସୁସ୍ଥ ଶିଶୁଙ୍କୁ ଆର୍ଥିକ ସହାଯ୍ୟ କରିବେ ବୋଲି ଜଣାପଡ଼ିଛି ।
ଅସୁସ୍ଥ ଶିଶୁମାନେ ମହାରାଷ୍ଟ୍ର , ଆନ୍ଧ୍ରପ୍ରଦେଶ , ପଶ୍ଛିମବଙ୍ଗ , ଆସାମ , କର୍ଣ୍ଟାଟକ, ତାମିଲନାଡ଼ୁ ର ବୋଲି ସୂଚନା ମିଳିଛି । ସଚିନ ‘ଏକମ’ ଚ୍ୟାରିଟି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ସହ ବହୁତ ଦିନ ହେବ ଜଡ଼ିତ ରହିଛନ୍ତି । ଏହି ଫାଉଣ୍ଡେସନ୍ ବିଭିନ୍ନ ସରକାରୀ ଓ ଟ୍ରଷ୍ଟ ହସ୍ପିଟାଲ ଅସୁସ୍ଥ ଶିଶୁମାନଙ୍କ ଚିକିତ୍ସା କରାଇବାରେ ସହାୟତା କରେ ।
ସଚ୍ଚିନ ସବୁବେଳେ ଗୁରୁତର ଅସୁସ୍ଥ ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ ଜରୁଛନ୍ତି ବୋଲି ଅମିତା ଚାଟାର୍ଜୀ କହିଛନ୍ତି । ଅନେକ ପରିବାର ଅର୍ଥ ଅଭାବରୁ ସେମାନଙ୍କର ଶିଶୁଙ୍କ ଚିକିତ୍ସା କରିପାରୁନାହାନ୍ତି । ତେଣୁ ସଚିନଙ୍କ ସହଯୋଗ ବଳରେ ଆମେ ସେମାନଙ୍କର ଚିକିତ୍ସା କରୁଛୁ ବୋଲି ଅମିତା କହିଛନ୍ତି ।
ସଚିନ କିଛିଦିନ ତଳେ ଆସାମର କରିମଗଞ୍ଜ ଜିଲ୍ଲାସ୍ଥିତ ମୁକୁନ୍ଦ ହସ୍ପିଟାଲ ଶିଶୁ ବିଭାଗ ପାଇଁ ଆବଶ୍ୟକୀୟ ଚିକିତ୍ସା ଉପକରଣ ପଠାଇବାରେ ସହଯୋଗ କରିଥିଲେ ।ଏହା ଦ୍ୱାରା ପାଖାପାଖି ୨,୦୦୦ ଶିଶୁଙ୍କୁ ସହାୟତା ମିଳିଥିଲା ।