ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଜିଛକରୁ ଆଚାର୍ଯ୍ୟ ବିହାର ସଂଯୋଗ କରୁଥିବା ରାସ୍ତାର ନାମ ବଦଳି ହେଲା “ଲୋକସେବା ମାର୍ଗ” । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏହି ରାସ୍ତାର ନାମ ରହିଥିଲା ସଚିବାଳୟ ମାର୍ଗ ।
ସଚିବାଳୟର ନାମ ବଦଳି ଲୋକସେବା ଭବନ ହେବା ପରେ ଏହି ରାସ୍ତାର ନାମ ବଦଳାଇବାକୁ ବିରୋଧୀ ପ୍ରସ୍ତାବ ରଖିଥିଲେ । ଏନେଇ ଆଜି ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜୁଲାଇ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟର ନାମ ପରିବର୍ତ୍ତନ କରି “ଲୋକସେବା ଭବନ” ଘୋଷଣା କରିଥିଲେ ।