ମୁମ୍ବାଇ(ଏଟିଆର ବ୍ୟୁରୋ): କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଚିନଙ୍କ କରୋନା ରିପୋଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତ କିଛି ଦିନ ମଧ୍ୟରେ ସଚିନଙ୍କ ସହ ଯେଉଁମାନେ ମିଶିଛନ୍ତି ସେ ତାଙ୍କୁ ସଚେତନ କରାଇଛନ୍ତି । ସଚିନଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ସେ ଏବେ ଘରେ କ୍ୱାରେଶ୍ଟାଇନରେ ଅଛନ୍ତି । ତେବେ ସଚିନଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ସଚିନ କହିଛନ୍ତି ମୁଁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଘରେ କ୍ୱାରେଣ୍ଟାଇନରେ ରହିଛି । ଏହା ସହ ଡାକ୍ତରଙ୍କ ସମସ୍ତ ପରାମର୍ଶ ମଧ୍ୟ ମାନୁଛି । ମୋତେ ସହଯୋଜ କରୁଥିବା ଦେଶର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଓ ବହୁ ସଂଖ୍ୟକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।