ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମାଡି ଆସୁଛି ବାତ୍ୟା । ଆଉ କେଇ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ତିତଲି । ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଘାରିଛି ଭୟ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କେହି ଯେମିତି ହତାହତ କି ମୃତାହତ ନ ହୁଅନ୍ତି ସେଥିପାଇଁ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏନଡିଆରଏଫ ଓ ଓଡ୍ରାଫ ଟିମ ପ୍ରସ୍ତୁତ ଥିବା ବେଳେ ସାଧାରଣଲୋକେ ନିଜ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବା ଜରୁରୀ ହୋଇପଡିଛି । ତେବେ ବତ୍ୟା ଆସିଲେ ଆପଣ କଣ କରିବେ ? କେମିତି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବେ ସେନେଇ ନ୍ୟାସ୍ନାଲ୍ ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ୍ ଅଥରିଟୀ (NDMA) ପକ୍ଷରୁ କିଛି ସୂଚନା ଜାରି କରାଯାଇଛି। ତେବେ ବାତ୍ୟା ପୂର୍ବରୁ ଆପଣ କଣ କରିବେ ଓ ବାତ୍ୟା ପରେ କଣ କରିବେ ସେନେଇ ନଜର ପକାନ୍ତୁ କେତୋଟି ନିୟମାବଳୀ ଉପରେ ।
ବାତ୍ୟା ପୂର୍ବରୁ ………
– ବାତ୍ୟାକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।
– ବାତ୍ୟାକୁ ନେଇ ଉଠୁଥିବା ମିଛ ଗୁଜବ ଓ ଭୟ ଆଣୁଥିବା ଖବର ଠାରୁ ଯଥାସମ୍ଭବ
ଦୂରେଇ ରୁହନ୍ତୁ ।
– ପାଣିପାଗ ଖବର ପାଇଁ ରେଡିଓ ଓ ଟିଭି ଦେଖିନିଅନ୍ତୁ ।
– ନିଜ ମୋବାଇଲକୁ ଫୁଲ ଚାର୍ଜ କରାଇନିଅନ୍ତୁ
– ଫୋନ କଲ ନ କରି ବିଶେଷକରି ଏସଏମଏସ ଉପରେ ଧ୍ୟାନ ଦିଅନ୍ତୁ ।
– ନିଜର ମୁଲ୍ୟବାନ କାଗଜ ପତ୍ରକୁ ଆଗ ସୁରକ୍ଷିତ ରଖନ୍ତୁ ।
– ଘରେ ଥିବା ମୁଲ୍ୟବାନ ସାମଗ୍ରୀକୁ ବି ସୁକ୍ଷିତ ରଖନ୍ତୁ
– ଘରେ ଥିବା ଗାଇ , ଛେଳୀ, ମେଣ୍ଢା ତଥା ଅନ୍ୟ ଗୃହପାଳିତ ପଶୁଙ୍କୁ ଗୁହାଳରେ ନ
ବାନ୍ଧି ବାହାରକୁ ମୁକ୍ତ କରିଦିଅନ୍ତୁ ।
– ଆବଶ୍ୟକୀୟ ସୁଖିଲା ଖାଦ୍ୟ ସାମଗ୍ରୀ ପାଖରେ ମହଜୁଦ ରଖନ୍ତୁ ।
– ଛୋଟପିଲା ଓ ବୟଷ୍କ ବ୍ୟକ୍ତି ମାନଙ୍କ ସୁରକ୍ଷା ବ୍ୟବସ୍ଥା ଆଗ କରନ୍ତୁ ।
– ପାଖରେ ଟ୍ରଚ ଲାଇଟ ରଖନ୍ତୁ
– ଯଦି ଆପଣଙ୍କର ମାଟି ଘର ଅଛି ତେବେ ଆପଣ ସାବଧାନତା ସହ ବାସ କରନ୍ତୁ
ନଚେତ କୌଣସି କୋଠାକୁ ଘରେ ରୁହନ୍ତୁ ।
ବାତ୍ୟା ସମୟରେ…….
– ବିଜୁଳି ସରବରାହ ବନ୍ଦ ରଖନ୍ତୁ ।
– ବ୍ୟାସ କନେକ୍ସନକୁ କାଟି ଦିଅନ୍ତୁ
– ଅଗ୍ନିକାଣ୍ଡରୁ ସତ ପ୍ରତିଶତ ଏଡାଇବାକୁ ଚେଷ୍ଟା କରନ୍ତୁ ।
– କୋଠା ଘରେ ରହିବା ଆପଣଙ୍କ ପାଇଁ ଭଲ ଓ ସୁରକ୍ଷିତ
– ଘରର କବାଟ , ଝରକା ଇତ୍ୟାଦିକୁ ବନ୍ଦ ରଖନ୍ତୁ ।
– ପ୍ରତେକ ସମୟରେ ସଜାଗ ହୋଇ ରୁହନ୍ତୁ ।
ବାତ୍ୟା ପରେ …….
– ବାତ୍ୟା ସମ୍ବନ୍ଧୀତ ଖବର ଉପରେ ନଜର ରଖିଥାଆନ୍ତୁ
– ସରକାରୀ ସୂଚନା ଉପରେ ନଜର ରଖନ୍ତୁ
– ସାପ , ବିଶାକ୍ତ ପୋକ ଭଳି ବିସାକ୍ତ ଜନ୍ତୁ ଠାରୁ ଦୂରେଇ ରୁହନ୍ତୁ
– ଭାଙ୍ଗିଯାଇଥିବା ବିଦ୍ୟୁତ ଖୁଣ୍ଟ ପାଖରୁ ଦୂରେଇ ରହିବା ସହ ଛିଣ୍ଡି ଯାଇଥିବା ତାର କୁ
ସ୍ପର୍ସ କରନ୍ତୁ ନାହିଁ ।
– ଫୁଟା ପାଣି କିମ୍ବା କ୍ଲୋରିନଯୁକ୍ତ ପାଣି ପିଅନ୍ତୁ
– ଭାଙ୍ଗି ଧାଇଥିବା ଘର , ଗଛ , କୋଠା ପାଖରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।