ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଭାରତର ବ୍ୟାଡମିଣ୍ଟନ ଖେଳାଳି ସାଇନା କରୋନାରେ ସଂକ୍ରମିତ ହୋଇଛନ୍ତି । ସାଇନା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟଖେଳିବା ପାଇଁ ଥାଇଲ୍ୟାଣ୍ଡ ଯାଇଥିବା ବେଳେ ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି ।
ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବ୍ୟାଡମିଣ୍ଟରେ ସେ ଖେଳିବେ ନାହିଁ । କେବଳ ସାଇନା କରୋନା ପଜିଟିଭ ହୋଇ ନାହାନ୍ତିଁ , ଅନ୍ୟତମ ଭାରତୀୟ କ୍ରିକେଟ ଖେଳାଳି ଏଚ,ଏସ ପ୍ରଣୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଣୟ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମଳିଛି ।
ଜାନୁଆରୀ ୧୯ ରୁ ୨୪ ମଧ୍ୟରେ ଟୟୋଟା ଥାଇଲ୍ୟାଣ୍ଡ ଓପନ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ । ଜାନୁଆରୀ ୨୭ ରୁ ୩୧ ପର୍ଯ୍ୟନ୍ତ ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ଫାଇନାଲ୍ସ ଖେଳାଯିବ । ତେବେ ସାଇନା ଏଥିରେ ଭାଗ ନେଇପାରିବେ ନାହିଁ ବୋଲି କୁହାଯାଇଛି ।
ସାଇନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସ୍ବାମୀ ପାରୁପାଲୀ କଶ୍ୟପ ମଧ୍ୟ କାନାଡାର ଜେସନ ଆନ୍ଥୋନୀ ହୋ-ଶୁ ମ୍ୟାଚ୍ରୁ ଓହରି ଯାଇଛନ୍ତି