କେନ୍ଦୁଝର (ଏଟିଆର ବ୍ୟୁରୋ); ଘରେ ଶାଳ କାଠ ରଖିବା ମହଙ୍ଗା ପଡିଛି । ପୋଲିସ ଜାଣିବା ପରେ କଲା ଚଢ଼ାଉ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ଅନ୍ତର୍ଗତ ଭୂଷୁଗାଁରେ । ଗାଁର ପ୍ରାୟ ଲୋକ ଜଙ୍ଗଲକୁ କାଟି ପଦା କରୁଥିବା ବନ ବିଭାଗ ପାଖରେ ଖବର ପହଁଞ୍ଚିଥିଲା । ଏହାପରେ ଯୋଡା ପେଲିସର ସହାୟତାରେ ବନବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲା ଭୂଷୁଗାଁରେ । ଗାଁର ପ୍ରାୟ ଲୋକଙ୍କ ଘରୁ ମୂଲ୍ୟବାନ ଶାଳ କାଠଗଞ୍ଜ ମିଳିଥିଲା । ଏମାନେ ଏହି କାଠକୁ ବାହାରକୁ ବିକ୍ରି କରୁଥିଲେ ଏବଂ କିଛି ଲୋକ ଘରର ଆସବାବ ପାଇଁ ରଖିଛନ୍ତି ବୋଲି ସଫେଇ ଦେଇଛନ୍ତି ।
ବହୁ ଦିନ ଧରି ଏହି ଗାଁର ଲୋକମାନେ ଏପରି କାଠ ଚୋରି କରୁଥିଲେ ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ କେବଳ ଶାଳ ନୁହେଁ ଜଙ୍ଗଲରୁ ଏମାନେ ମଧ୍ୟ ବହୁ ମୂଲ୍ୟବାନ କାଠ ଚୋରି କରୁଥିଲେ ଏବଂ ଏମାନେ ଏହାକୁ ବାହାରକୁ ନେଇ ବିକ୍ରି କରୁଥିଲେ । ଗାଁରୁ ମିଳିଥିବା ଶାଳ କାଠର ମୂଲ୍ୟ ଲକ୍ଷାଧିକ ହେବ ବୋଲି ସୂଚନା ଦେଇଛି ବନ ବିଭାଗ । ଅଭିଯୁକ୍ତ ମାନଙ୍କୁ ଥାନାକୁ ନେଇ ପୋଲିସ ପଚରା ଉକ୍ଟ୍ରରା କରିବା ସହ ଉଦ୍ଧାର ହୋଇଥିବା ଶାଳ କାଠକୁ ଜବତ କରିଛି ।