ମୁମ୍ବାଇ(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ ଷ୍ଟାରମାନେ ମଧ୍ୟ କରୋନା ଟିକା ନେଉଥିବାର ନଜର ଆସିଛନ୍ତି । ବଲିଉଡ ସୁପରଷ୍ଟାର ସଲମାନ ଖାନ କେୀରାନାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ସଲମାନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସଲମାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ମୁଁ ଆଜି କରୋନାର ପ୍ରଥମ ଡୋଜ ନେଇଛି । ସେ ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସଲମାନ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ କରୋନା ଟିକା ନେଇଛନ୍ତିବୋଲି ସୂଚନା ଦେଇଛନ୍ତି ।
ତେବେ ନିକଟରେ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ରେସ -୩ର ନିର୍ମାତା ଆମୀର ତୌରାନୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ବ୍ୟତୀତ ଗତ କିଛି ଦିନ ମଧ୍ୟରେ କାର୍ତ୍ତିକ ଆର୍ୟ୍ୟନ, ମନୋଜ ବାଜପେଇ, ରଣବୀର କପୁର ଏବଂ ସତୀଶ କୌଶିକଙ୍କ ପରି ଅନେକ ସେଲିବ୍ରିଟି କୋଭିଡ ପଜିଟିଭ ଥିବା ଜଣାପଡ଼ିଛି।