ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ ୧୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସ୍କୁଲ, କଲେଜ, ଫିଲ୍ମ ହଲ, ମଲ୍ ଆଦି ଜନଗହଳିପୂର୍ଣ୍ଣ ଜାଗା ଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ କରୋନା ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି ।
ବଡ ବଡ ବୟୁଟି ପାର୍ଲର, ସେଲୁନ ଓ ସ୍ପା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ସବୁ ଜାଗାରେ ଦୂରତା ବନାଇ ରହିବା ସମ୍ଭବ ନୁହେଁ ବୋଲି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ସୁବ୍ରତ ବାଗଚୀ କହିଛନ୍ତି । ଏହା ସହ ପୋଖରିରେ ଗାଧୋଇବାକୁ ବାରଣ କରାଯାଇଛି । ମନ୍ଦିର, ମସଜିଦ, ଗୀର୍ଜା ଘର ଗୁଡିରେ ଭିଡ ନକରିବା ପାଇଁ କୁହାଯାଇଛି । ପୋଷା ଜୀବଜନ୍ତୁ ମାନଙ୍କୁ ଘରେ ରଖିବା ପାଇଁ ପରାର୍ମଶ ଦିଆଯାଇଛି । ସେହି ଭଳି ସରକାରଙ୍କ ଦ୍ୱାରା ଖେଲା ଯାଇଥିବା ପୋର୍ଟଲରେ ୨୬୨୬ ଜଣ ଲୋକ ପଞ୍ଜିକରଣ କରିଥିବା ବେଲେ ୧୦୪ ନମ୍ବରକୁ ୧୨ ହଜାର କଲ ଆସିଛି ବୋଲି ସୁବ୍ରତ ବାଗଚି କହିଛନ୍ତି ।
ଏହା ସହ ଓଡ଼ିଶାରେ ୬୧ଟ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬୦ଟି ନେଗେଟିଭ ଆସିଥିଲା ବେଳେ ଗୋଟିଏ ମାତ୍ର ପଜିଟିଭ ମିଳିଛି। କଟକ ମହାନଗର ନିଗମ ଅଧିନରେ ୨୧୫୦ଟି ବେଡ, ବ୍ରହ୍ମପୁରରେ ୮୪୦ଟି ବେଡ ଓ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ୯୯ଟି ବେଡ ବ୍ୟବସ୍ଥା କରାଯାଇଛି ବୋଲି ସୁବ୍ରତ ବାଗଚି କହିଛନ୍ତି।