କଳାହାଣ୍ଡି (ଏଟିଆର ବ୍ୟୁରୋ); ଜଣେ ଯୁବତୀ ଆଉ ଜଣେ ଝିଅକୁ ସମଲିଙ୍ଗୀ ବିବାହ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା ବିଫଳ ହୋଇଛି ।ଥାନାରେ ପୋଲିସ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମୁରିଖୋଲ ଗ୍ରାମରେ । ଜଣେ ନବମ ଶ୍ରେଣୀ ଛାତ୍ରୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ସମଲିଙ୍ଗୀ ପ୍ରେମ ହୋଇ ଯାଇଥିଲା । ଏଣୁ ଦୁହେଁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ଦୁହେଁ ଘର ଛାଡି ଫେରାର ହୋଇ ଆସିଥିବା ବେଳେ ପୋଲିସ ସେମାନଙ୍କ ଅଟକ ରଖିଛି । ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ଯୁବତୀ ତାଙ୍କୁ ଫୁସୁଲେଇ ନେଇ ଆସିଥିବା ଚର୍ଚ୍ଚା ହେଉଛି । ରମଣୀ ସୁନା ନାମକ ଛାତ୍ରୀ ଏବଂ ପିଙ୍କି କୁମାରୀଙ୍କ ମଧ୍ୟରେ ପ୍ରେମ ହୋଇଥିଲା ।
ରିପୋର୍ଟ ମୁତାବକ କର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମୁରିଖୋଲ ଅଞ୍ଚଳର ରିବିକା ସୁନା ନୟାଗଡ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ତେବେ କୌଣସି କାରଣ ବସତଃ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଯୁବକ ତାଙ୍କୁ ଛାଡି ପଳେଇ ଆସିଥିଲେ । ରିବିକା ସ୍ୱାମୀଙ୍କୁ ଖୋଜିବା ପାଇଁ ନୟାଗଡ ଆସିଥିଲେ । ପୋଲିସ ତାଙ୍କ ଉଦ୍ଧାର କରି ଆଶ୍ରମରେ ରଖିଥିଲା । ତେବେ ସେଠାରେ ପିଙ୍କିଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରେ ଦୁହେଁ ନମ୍ବର ନେଇ କଥାବାର୍ତ୍ତା ହୋଇଥିଲେ ।
ପରେ ପିଙ୍କି କିଛିଦିନ ହେବ ଆସି ରିବିକାଙ୍କ ଘରେ ରହିଥିଲେ । ରିବିକାଙ୍କ ପଡିଶା ଘରେ ଥିବା ରମଣୀ ସୁନାଙ୍କ ସହ ତାଙ୍କର ପ୍ରେମ ହୋଇ ଯାଇଥିଲା । ଏଣୁ ଉଭୟ ପ୍ରେମ ବିବାହ କରିବା ପାଇଁ ଘର ଛାଡି ପଳେଇ ଆସିଥିଲେ । ପରେ ରିବିକା ଫୋନ କରି ପୋଲିସକୁ କବର ଦେଇଥିଲେ । ଦଶପଲ୍ଲା ପୋଲିସ ସେମାନଙ୍କୁ ଧରିଥିଲା । ପରେ ସେମାନଙ୍କୁ ଜୟପାଟଣା ପୋଲିସକୁ ହସ୍ତାନ୍ତର କରିଥିଲା । ସେପଟେ ଜୟପାଟଣା ପୋଲିସ ପିଙ୍କି କୁମାରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ।