ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟରେ ଭଗବାନ ଶିବଙ୍କର ଲିଙ୍ଗ ଓ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକାକଳା ନିର୍ମାଣ କରିବା ପାଇଁ ୨୩୪୩୬ ରୁଦ୍ରାକ୍ଷ ସ୍ଥାପନ କରିଛନ୍ତି । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଛି ।
ଅନ୍ୟପଟେ ୟୁକ୍ରେନ-ଋଷ ଯୁଦ୍ଧ କୁ ନେଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ । ଆମେ ଶାନ୍ତି ଚାହୁଁ ବୋଲି ସେ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ।