ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଘୋଷଣା ହୋଇଛି ୨ ବର୍ଷର ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର । ଏହି ଅବସରରେ ୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଏବଂ ୨୦୧୮-୧୯ ପାଇଁ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଏହି ଦୁଇବର୍ଷ ପାଇଁ ଅନ୍ୟାନ୍ୟ ବିଭାଗରେ ମଧ୍ୟ ସଫଳ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ସମ୍ମାନରେ ପୁରସ୍କୃତ କରାଯିବ ।
୨୦୧୭ ଓ ୧୮ ବର୍ଷ ପାଇଁ ଓଡିଶୀ କଣ୍ଠ ସଙ୍ଗୀତରେ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଅଳକା ଚାନ୍ଦ, ଯନ୍ତ୍ର ସଙ୍ଗୀତରେ ରବି ଶଙ୍କର ପ୍ରଧାନ, ଯନ୍ତ୍ର ସଙ୍ଗୀତରେ କାଳନ୍ଦୀ ଚରଣ ପରିଡା, ସୁଗମ ସଙ୍ଗୀତରେ ଡକ୍ଟର ସୁଧା ମିଶ୍ର, ଲୋକବାଦ୍ୟରେ ଆଲୋକ ପ୍ରକାଶ ଦାଶ, ଲୋକ ସଙ୍ଗୀତରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟକରେ ହେମେନ୍ଦ୍ର ମହାପାତ୍ର, ଅଭିନୟରେ ବୃନ୍ଦାବନ ବାରିକ ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ସେହିଭଳି ନିର୍ଦ୍ଦେଶନାରେ ପ୍ରସନ୍ନ ମିଶ୍ର, ମଞ୍ଚକଳାରେ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡିଶୀ ନୃତ୍ୟରେ ବ୍ରଜ କିଶୋର ମଲ୍ଲିକ, ଲୋକନୃତ୍ୟରେ ନୀଳକଣ୍ଠ ତରାଇ, ଲୋକନାଟ୍ୟରେ ଡକ୍ଟର କେଶ ରଞ୍ଜନ ପ୍ରଧାନ, ଗୀତି କବିତାରେ ମିନାକ୍ଷୀ ଦେବୀ ।
ସେହିଭଳି ୨୦୧୮-୧୯ ପାଇଁ ଓଡିଶୀ କଣ୍ଠ ସଙ୍ଗୀତରେ ସୀମାଞ୍ଚଳ ଦାଶ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତରେ ହରିହର ରଥ, ଯନ୍ତ୍ର ସଙ୍ଗୀତ ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତରେ ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତରେ ଗୀତା ଦାଶ, ଲୋକବାଦ୍ୟରେ ସନ୍ତୋଷ ସୁନା, ଲୋକ ସଙ୍ଗୀତ ରେ ସୁଶ୍ରୀ ବିଥିକା ଚାଟାର୍ଜୀ, ନାଟ୍ୟ ରଚନାରେ ଡକ୍ଟର ସୁଧାଂଶୁ ନାୟକ, ଅଭିନୟ ରେ ନିରଞ୍ଜନ ସାହୁ, ଲକ୍ଷ୍ମୀପ୍ରିୟା ମିଶ୍ର, ନିର୍ଦ୍ଦେଶନାରେ ହରେନ ସାହୁ, ମଞ୍ଚକଳାରେ ସଂଗ୍ରାମ କେଶରୀ ମହାରଣା, ଓଡିଶୀ ନୃତ୍ୟରେ ମୀରା ଦାସ, ଲୋକନୃତ୍ୟରେ ମାଗୁଣୀ ଜେନା, ଲୋକନାଟ୍ୟ ରେ ବିଜୟ ବହଳି, ଗୀତିକବିତାରେ ବଦ୍ରି ମିଶ୍ର ପୁରସ୍କାର ପାଇବେ ।