ପୁରୀ(ଏଟିଆର ବ୍ୟୁରୋ):ଆଜି ସର୍ବସାଧାରରଣଙ୍କ ପାଇଁ ବନ୍ଦ ରଖାଯାଇଛି ଦର୍ଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାରେ ସମ୍ପୂର୍ଣ୍ଣ ଭ।।ବେ ସାନିଟାଇଜର କରାଯିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସକାଳ ୮ ଟାରୁ ଶ୍ରୀମନ୍ଦିର ପରିସର , ସିଂହଦ୍ୱାର ସମ୍ମୁଖ , ଶ୍ରୀମନ୍ଦିରା ଚାରିଦ୍ୱାର,ଓ ଜୋତାଷ୍ଟାଣ୍ଡ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ଗତ ୨୧ ତାରିଖରୁ କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ଭକ୍ତମାନେ ହାତ ସାନିଟାଇଜର କରିବା ସହ ସାମାଜିକ ଦୂରତା ।କ୍ଷା କରିବା , ଦେବା ଦେବୀଙ୍କୁ ସ୍ୱର୍ଶ ନକରିବା , ପାନ ଓ ଗୁଟୁଖା ଛେପ ନପକାଇବା ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରିଛନ୍ତି ।
ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଥର୍ମାଲ ସ୍କାନିଂ ସହ ସାନିଟାଇଜ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ସେହିପରି ଦିବ୍ୟାଙ୍ଗ ଓ ଚବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।