ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଜେଲରୁ ମୁକୁଳି ପାରନ୍ତି ସାରଥି ଓରଫ ସନ୍ତୋଷ ରାଉଳ । ଆଜି ହାଇ କୋର୍ଟଙ୍କ ଦିର୍ଦେଶ ପହଞ୍ଚିବା ଆଶଙ୍କା ରହିଛି । ଆଜି ହାଇକୋର୍ଟଙ୍କ ନିର୍ଦେଶ ପହଞ୍ଚିବା ପରେ ଜେଲରୁ ମୁକୁଳି ପାରନ୍ତି ଏହି ଆତ୍ମ ଘୋଷିତ ବାବା । ଗତ ୨୨ ତାରିଖରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଥିଲେ । ଦୁଇଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନ ଦାର ବଦଳରେ କୋର୍ଟ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ମାତ୍ର କୋର୍ଟଙ୍କ ଏହି ନିର୍ଦେଶ ଜେଲ କତ୍ତୃପକ୍ଷଙ୍କୁ ନ ମିଳିଥିବାରୁ ୩ ଦିନ ହେଲା ଜେଲରୁ ମୁକୁଳି ପାରି ନାହାନ୍ତି ଏହି ଆତ୍ମ ଘୋଷିତ ବାବା । ପୂର୍ବରୁ ତାଙ୍କୁ ୨ ଟି ମାମଲାରେ ମୁକ୍ତି ମିଳି ସାରିଥିବା ବେଳେ ୨୨ ତାରିଖରେ ଆଉ ଏକ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ତେବେ ଆଜି ମାନ୍ୟବର ଜେଲରୁ ମୁକ୍ତି ପାଇ ପାରନ୍ତି ବୋଲି ସୂଚନା ମିଳିଛି । ଅନ୍ୟପଟେ ସାରଥୀଙ୍କ ଜାମିନକୁ ନେଇ ତାଙ୍କ ସାରଥୀ ଭକ୍ତଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ କେନ୍ଦ୍ରାପଡାରେ ସାରଥୀଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି କେନ୍ଦ୍ରାପଡାରେ ସ୍ୱର ତୀବ୍ର ହେଉଛି । ୨୦୧୫ ଅଗଷ୍ଟରେ ବାରିମୂଳ ଆଶ୍ରମରୁ ଗିରଫ ହୋଇଥିଲେ ସାରଥୀ । ଆଶ୍ରମର ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେବା ପରେ ବିଭିନ୍ନ ଅନୈତିକ ଓ ଅର୍ଥ ନୈତିକ କାର୍ଯ୍ୟ ପଦାକୁ ଆସିଥିଲା ।
ଜାଣନ୍ତୁ ପୁରା ଘଟଣା ଥିଲା କିପରି ?
ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ଗତ ୪ ବର୍ଷ ତଳେ ପୁରା ଦେଶରେ କେନ୍ଦ୍ରପଡା ବାବା ସାରଥୀ ବେଶ ଲୋକ ପ୍ରିୟ ଥିଲେ । ବାବାଙ୍କ କୁହାଳିଆ ପ୍ରବଚନ ଲକ୍ଷ ଲକ୍ଷ ଭକ୍ତଙ୍କୁ କରିଥିଲା କେନ୍ଦ୍ରାପଡା ମୁହାଁ । ବାବାଙ୍କ ହାତରୁ ବିଭୂତି ଆଉ ପାଦରେ ଝରୁଥିଲା ମହୁ । ଆଉ ସିମେଣ୍ଟ ଗାଈରୁ କ୍ଷୀର । ଯାହା ବର୍ଷ କେଇଟାରେ ସନ୍ତୋଷ ରାଉଳଙ୍କୁ ଭଗବାନ କରିଦେଲା । ବାରିମୂଳ ଆଶ୍ରମରେ ପ୍ରତି ଗୁରୁବାର ଚାଲିଲା ବାବାଙ୍କ ପ୍ରବଚନ । ବଡ ବଡ ନେତା ଅଭିନେତା ଓ ଅଧିକାରୀ ବି ବାବାଙ୍କ ଶରଣ ପସିଥିଲେ । ସବୁ ଠିକ ଠାକ ଚାଲିଥିଲା ।
ହଠାତ ଦିନେ ବାବାଙ୍କର ହାଇଦ୍ରାବାଦ ଗୋଲକୁଣ୍ଡା ହୋଟେଲର ବାବାଙ୍କ ରୋମାନ୍ସ ଭରା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପେରେ ସବୁ କିଛି ଓଲଟ ପାଲଟ ହୋଇଗଲା । ସାରଥୀ ବାବାଙ୍କ ବାସ୍ତବ କାହାଣୀ ପଦାକୁ ଆସିଲା । ୨୦୧୫ ଅଗଷ୍ଟ ୭ ତାରିଖରେ ଜଣେ ଯୁବତୀ ଥାନାରେ ଅଭିଯୋଗ କଲା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ତା ପରେ ଅଗଷ୍ଟ ୮ ରାତିରେ ପୋଲିସ ଆଶ୍ରମରୁ ଉଠାଇ ଆଣି ଆରମ୍ଭ କଲା ତଦନ୍ତ । ଅର୍ଥ ନୈତିକ ତଦନ୍ତ ପରେ ଖୋଲିଲା ବାବା ସାରଥୀଙ୍କର କଳା ସାମ୍ରାଜ୍ୟର କାହାଣୀ । ବାବାଙ୍କ ବିଭୁତି ପୁତ୍ର ସତ୍ୟମଙ୍କୁ ବି ପୋଲିସ ଗିରଫ କଲା । ଏବଂ ଆଶ୍ରମକୁ ସିଲ କରି ଦିଆଗଲା ।