ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏସିଡ ଆକ୍ରମଣରେ ପୀଡିତ ହୋଇଥିବା ପ୍ରମୋଦିନୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପ୍ରମୋଦିନୀଙ୍କୁ ସରୋଜ ଆଜି ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିବେ ।ଉଭୟ ପରିବାର ଲୋକଙ୍କ ସହମତିରେ ଏହି ନିଆରା ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବେ ।
୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀ ଏସିଡ ଆକ୍ରମଣର ଶିକାର ହେବାପରେ ତାଙ୍କୁ କଟକସ୍ଥିତ ବଡମେଡିକାଲରେ ଚିକିତ୍ସା କରାଯାଇଥିଲା । ସେଠାୋ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କୋମାରେ ରହିଥିଲେ ଓ ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ।
୨୦୧୬ ମସିହାରେ ପ୍ରମୋଦିନଙ୍କର ସରୋଜଙ୍କ ସହ ଭେଟ ହେବା ପରେ ପ୍ରମୋଦିନିଙ୍କ ଆଉ ଅବଶିଷ୍ଟ ଚିକିତ୍ସାର ଦାୟିତ୍ୱ ନେଇଥିଲେ ସରୋଜ । ଓ ପରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଜଗତସିଂହପୁର ବାସଭବନରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହେବାକୁ ଯାଉଛି ।