ବଲାଙ୍ଗୀର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ମହାମାର କରୋନା ପାଇଁ ରାଜ୍ୟ ସରକାର ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଳାପାଳ କ୍ଷମାତା ପ୍ରଦାନ କରିଥିଲେ । ଯାହାଦ୍ୱାରା ସେମାନେ ନିଜ ଅଞ୍ଚଳରେ କରୋନା ସହ ମୁକାବିଲା କରିବା ସହ ଲୋକମାନଙ୍କୁ ଯେପରି ସଂକ୍ରମଣ ନବ୍ୟପିବ ସେଥିନିମନ୍ତେ କାର୍ଯ୍ୟ କରିବେ । ହେଲେ ଏହି କ୍ଷମାତାର ଫାଇଦା ଉଠାଇ ଜଣେ ସରପଞ୍ଚ ନିରୀହ ଲୋକଙ୍କୁ ହଇରାଣ କରୁଥିବା ଖବର ଏବେ ସାମ୍ନାକୁ ଆସିଛି ।
ବଲାଙ୍ଗିର ଜିଲ୍ଳାରେ ଦେଖିବାକୁ ମିଳିଛି ଏହିଭଳି କିଛି ଅଭାବନୀୟ ଘଟଣା । ଯେଉଁଠି ଜଣେ ମହିଳା ସରପଞ୍ଚ ନିରୀହ ଆଦୀବାସୀଙ୍କର ଘର ଭାଙ୍ଗୀ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ଆସିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ କ୍ଷମତାକୁ ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିଥିବା ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ନିଲମ୍ବିତ କରାଯାଇଛି । ପଞ୍ଚାୟତିରାଜି ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତିଙ୍କୁ ନିଲମ୍ବନ କରାଯାଇଛି ।
ସୂଚନାଯୋଗ୍ୟ, ସରପଞ୍ଚ ହେମକାନ୍ତି ମୁଣ୍ଡା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ୬ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡୋଜର ଚଢାଇ ଭାଙ୍ଗିଦେଇଥିଲେ । ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା । ଏହାପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀମୋହନ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା ।
ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହେଲେ ସରପଞ୍ଚ
Tags #AtrNews #Odisha