ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନ ଅବସରରେ ରାଜ୍ୟକୁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡାକଡି ଭାବେ ନଜର ରହିବ । ସେଥିପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ।
ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରପଞ୍ଚକୁ ପରାମର୍ଶ ଦିଆଯାଇଛି । ଯଦି କାହାରି ଘରେ କ୍ୱାରେଣ୍ଟାଇନର ବ୍ୟବସ୍ଥା ନଥିବ ତେବେ ତେବେ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିପାରିବେ । ଯାହାଫଳରେ ଏମୋନେ ସଂକ୍ରମିତ ହୋଇଥିଲେ ମଧ୍ୟ ଆଉ କାହାରିକୁ ସଂକ୍ରମିତ କରିପାରିବେ ନାହିଁ । ଏଥିପାଇଁ ସରପଞ୍ଚମାନେ ସଚେତନତା କରିବା ପାଇଁ କହିଛନ୍ତି ମୁଖ୍ୟ ସଚିବ ।