ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବରିଷ୍ଠ ମହିଳା ଆଇନଜୀବି ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟର ବିଚାରପତି । ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡିଶା ହାଇକୋର୍ଟରେ ସାବିତ୍ରୀ ରଥ ନିଯୁକ୍ତି ପରେ ବିଚାରପତିଙ୍କ ସଂଖ୍ୟା ୧୬ କୁ ଛୁଇଁବ । ଏହାପୂର୍ବରୁ ଏବେ ଓଡିଶା ହାଇକୋର୍ଟରେ ମୋଟ ୧୫ ଜଣ ବିଚାରପତି ଅଛନ୍ତି । ସାବିତ୍ରୀ ରଥଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରି ସୁପାରିଶ କରାଯାଇଥିଲା ।