ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୧ସ୍ଥିତ SBI ମେନ୍ ବ୍ରାଞ୍ଚ ପୁଣି ସିଲ ହୋଇଛି । ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ସିଲ୍ କଲା ବିଏମ୍ସି । ପୂର୍ବରୁ ଉକ୍ତ ବ୍ୟାଙ୍କରେ ଏକାଧିକ ପଜିଡିଭ ଚିହ୍ନଟ ହୋଇଥିବାରୁ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଛି । ଏହିୀ ଶାଖାରେ ପ୍ରାୟ ୨୫ କର୍ମଚାରୀ କରୋନା ସଂକ୍ରମଣ ଚିହ୍ନଡ ହେବାପରେ ଏହି ପଦକ୍ଷେପ ନିଆଯାଇଛି ।
ଏବେ ପୁଣି ପଜିଟିଭ ସଂଖ୍ୟା ବଢ଼ିବାରୁ ୪ ଦିନ ପାଇଁ ସିଲ୍ କରାଯାଇଛି। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେପଟେ ଆଜି ୯୦୦ ମୁହାଁ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମୁଦାୟ ୮୭୯ ପଜିଟିଭ୍ କେସ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧ଟି।