କଟକ (ଏଟିଆର ବ୍ୟୁରୋ): କରୋନା ଭାଇରସ ସଂକ୍ରମଣରେ ଏସିବିରେ ଚିକିତ୍ସିତ ହେଉଥିବା ଡାକ୍ତରୀ ଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ପଠାଯାଇଥିବା ତାଙ୍କ ରକ୍ତ ଲାଳ ନୁମନାରୁ ସ୍ପଷ୍ଟ ହୋଇଛି ସେ କରୋନା ଭାଇରସ ଆକ୍ରାନ୍ତରେ ପୀଡିତ ନାହାନ୍ତି । ତାଙ୍କ ଦେହରେ ଥଣ୍ଡା କାଶ ଲାଗି ରହିବାରୁ ତାଙ୍କୁ କଟକର ଏସିବିରେ ଭର୍ତ୍ତି କରଯାଇଥିଲା । ସେ ଚୀନରେ ରହି ପାଠ ପଢୁଥିଲେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଓଡିଶା ଆସିଥିବା ବେଳେ ତାଙ୍କର ଥଣ୍ଡା ଓ କାଶ ନ କମିବାରୁ ସେ ଡାକ୍ତରଙ୍କ ସହିତ ପରାମର୍ଶ କରି ଏସିବିରେ ଭର୍ତ୍ତି ହୋଇଥିଲେ ।
ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ ଚୀନରୁ ଫେରିବା ପରେ ତାଙ୍କୁ ମଧ୍ୟ ଥଣ୍ଡା ହେବାରୁ ସେ ଏସିବିରେ ଭର୍ତ୍ତି ହୋଇଛନ୍ତି । ମାତ୍ର ତାଙ୍କ ରିପୋର୍ଟ ଏଯାବତ ଆସିନାହିଁ । ତେବେ ଛାତ୍ରୀ ଜଣଙ୍କ ରିପୋର୍ଟ ନେଗେଟିଭ ବାହାରିବା ପରେ ଖୁବ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ ଚୀନରୁ ଆରମ୍ଭ ହୋଇଥିବା ଏହି ମରାଣାତ୍ମକ ରୋଗରେ ବର୍ତ୍ତମାନ ସୁଦ୍ଧା ୬୦୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୫୪,୦୨୩ ଜଣଏହି ରୋଗରେ ଆକ୍ରାନ୍ତିତ ହୋଇସାରିଲେଣି । ତେବେ ଚୀନରେ ରହୁଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ଭାରତ ଫେରାଇ ଆଣିବା ସହ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯାଉଛି ।