ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ କରିବା ପାଇଁ ଓଡିଶା ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ୯ଟି ଉପକୂଳ ଜିଲ୍ଲା ଯେଉଁ ସବୁ ଜିଲ୍ଲା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରୁଛନ୍ତି ସେହିସବୁ ଜିଲ୍ଲାକୁ ସୁଦୃଢ କରବିାକୁ କାର୍ଯ୍ୟକାରୀ ହେବ ପ୍ରାକୃତିକ ବିପର୍ୟ୍ୟୟ ନିରୋଧକ ପ୍ରକଳ୍ପ।
ମିଳିଥିବା ସୂଚନା ଅନୁସାରେ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ବିଦ୍ୟୁତ ସେବା ପ୍ରଭାବିତ ହେଉଥିବା ବେଳେ ଏଭଳି ପ୍ରକଳ୍ପ ଦ୍ୱାରା ସମସ୍ୟାର ସ୍ଥାୟୀ ମୁକାବିଲା କରାଯାଇ ପାରିବ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ , କଟକ , ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହେବ ।