ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସ୍କୁଲରେ ଆଜିଠାରୁ ନାମ ଲୋଖା ପ୍ରକ୍ରିୟା ଆରମ୍ଭ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ/ଅନୁଦାନପ୍ରାପ୍ତ, ଅଣ-ଅନୁଦାନପାପ୍ତ ବିଦ୍ୟାଳୟ, ମାଦ୍ରାସା, ସଂସ୍କୃତ ଟୋଲଗୁଡ଼ିକରେ ଆଜିଠାରୁ ନାମଲେଖା ଆରମ୍ଭ ହେଇଛି। ପ୍ରତିଦିନ ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଜୁଲାଇ ୧୫ ସୁଦ୍ଧା ସମସ୍ତ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ଶେଷ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ତେବେ ନାମ ଲେଖାଇବା ସମୟରେ ସ୍କୁଲ ଭିତରେ ୫ ଜଣଙ୍କୁ ଅଧିକ ଅଭିଭାବକ ଓ ଛାତ୍ରାଛତ୍ରୀ ମାନଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଏହା ସହ ନାମ ଲେଖାଇବାକୁ ଆସୁଥିବା ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ମାସ୍କା ପିନ୍ଧିବା ଓ ସାମାଜିକ ଦୂରତା ବଜାଇ ରଖିବା ଉପରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅଧ୍ୟାପକ ମାନେ ଏଥି ପ୍ରତି ଧ୍ୟାନ ଦେବେ ।