ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା କାଳରେ ରାଜ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଧିରେ ଧିରେ ଖୋଲିବା ଆରମ୍ଭ କଲାଣି । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି । ରାଜ୍ୟରେ ନବମ , ଦଶମ , ଦ୍ୱାଦଶ ଓ ଏକାଦଶୀ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି ।
ସ୍କୁଲ ଖୋଲିବା ନେଇ ଏସଓପି ଜାରି କରାଯାଇଛି । ପିଲାମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ସ୍କୁଲ ଯିବେ । ସ୍କୁଲ ଖୋଲୁଥିବା ରୁ ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ଆସିବା ପାଇଁ ଅଭିଭାବକ ଙ୍କ ଅନୁମତି ନିହାତି ଦରକାର ବୋଲି ସୂଚନା ଦିଆଯାଇଛି ।
ଏହା ସହ ନିୟମିତ ଭାବେ ବିଦ୍ୟାଳୟ ଏବେ ହଷ୍ଟେଲ ଗୁଡିକରେ ପରିଚାଳନା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଯାଞ୍ଚ କରିବା ଆଦି କଡାକଡି ଅନୁପାଳନ କରିବାକୁ ସମ୍ପୃକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି ।