ଜଗତସିଂହପୁର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରାରେ ସୃଷ୍ଟି ହୋଇଥିବା ବାତ୍ୟା ଏବେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳ ଆଡକୁ ମୁହାଁଇଛି । ଏହା ପଶ୍ଚିମ ବାଲଂଦେଶ ଆଡକୁ ମୁହାଁଇବା ଆଶା କରାଯାଉଛି । ମାତ୍ର ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବ । ଏବେ ପାରାଦୀପ ଠାରୁ ବୁଲବୁଲ ଅବସ୍ଥିତି ୪୫୦ କିଲୋମିଟର ଦୂରରେ ରହିଛି । ଯାହାର ପ୍ରଭାବରେ ଆଜି ସକାଳୁ ସକାଳୁ ଜଗତସିଂହପୁରର ପାରାଦୀପରେ ବର୍ଷା ଆରମ୍ଭ ହୋଇ ଯାଇଛି । ବୁଲବୁଲର ପ୍ରଭାବରେ ଆଜି ଓ କାଲି ଉପକୂଳ ଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ଉପକୂଳ ଓଡିଶାର ୩ ଟି ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲାପାଳ ଛୁଟି କରିଛନ୍ତି । ପୁରୀ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ସପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆସନ୍ତାକାଲି ଏହି ଜିଲ୍ଲା ସମେତ ଅନ୍ୟ ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ସେ ସବୁ ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଧା, ମୟୂରଭଞ୍ଜ ଓ ଯାଜପୁର ।