ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ ପାଠପଢା ବନ୍ଦ କରାଯାଇଛି । କ୍ଲାସ ରୁମରେ ପାଠପଢା ହେବନି କି କୈାଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବେନି ବୋଲି କୁହାଯାଇଛି । ଏପ୍ରିଲ ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବାବେଳେ ସବୁ ହଷ୍ଟେଲ ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ସଂକ୍ରମଣ ନେଇ ଦିନକୁ ଦିନ ସ୍ଥିତି ବିଗୁଡୁଥିବାବେଳେ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସ ଓ ପରୀକ୍ଷାକୁ ବାତିଲ କରିଛନ୍ତି ଉଚ୍ଚଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ପାଠପଢାକୁ ଠିକ ସମୟରେ ଶେଷ କରିବା ପାଇଁ ଅନଲାଇନ ମାଧ୍ୟମରେ କ୍ଲାସ କରାଯିବ । ଅନ୍ୟପଟେ କେବଳ ବିଶ୍ୱବିଦ୍ୟାଳୟମାନଙ୍କରେ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆଜିଠୁ ପରିଚାଳିତ ହେବ ।
ଅନ୍ୟପଟେ ୨୦୨୧-୨୨ ଶିକ୍ଷାବର୍ଷ ସମ୍ପକରେ କୈାଣସି ସ୍ପଷ୍ଟ ଚିତ୍ର ଦିଆଯାଇନାହିଁ ।ପ୍ରତିବର୍ଷ ଏପ୍ରିଲ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ । କିନ୍ତୁ ଏଥିରେ କେବଳ ନୂତନ ପିଲାଙ୍କର ପାଠପଢା ଆରମ୍ଭ ହେବ । ଏନେଇ କୈାଣସି ସ୍ୱଷ୍ଟ କରାଯାଇନାହିଁ । ତେବେ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲକୁ ଆସିବେ ନା ନାହିଁ ସେ ବିଷୟରେ କୈାଣସି ସୂଚନା ମିଳିନାହିଁ । ଫଳରେ ରାଜ୍ରରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏବେ ଦ୍ୱନ୍ଦରେ ରହିଛନ୍ତି ।କରୋନା ପାଇଁ ତିନିମାସ ହେଲା ପିଲାମାନେ ସ୍ଖୁଲ ଆସୁନଥିବାବେଳେ ଶିକ୍ଷକମାନେ ଆସୁଛନ୍ତି । ଏହାଛଡା ଶିକ୍ଷକମାନେ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍କୁଲରେ ରହୁଥିବାର ଜଣାପଡିଛି ।