ଭୁବନେଶ୍ୱର ( ଏଟିଆର ବ୍ୟୁରୋ); ନବୀନଙ୍କ ପଞ୍ଚମ ପାଳିରେ ପୁରା ଆକ୍ସନ ମୁଡରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷା ଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସବୁ ବିଭାଗରେ ଘଟୁଛି ନବକଳେବର । ଯେଉଁଥିରେ ବାଦ ପଡିନି ଶିକ୍ଷା ବିଭାଗ । ରାଜ୍ୟରେ ଶିକ୍ଷାର ଗୁଣାତ୍ମକମାନ କିଭଳି ବଢିବ ଓ ଶିକ୍ଷାହାର କିଭଳି ବୃଦ୍ଧି ପାଇବ ସେ ଉପରେ ଏବେ ରହିଛି ରାଜ୍ୟସରକାରଙ୍କ ବେଶି ନଜର । ଏହି ଅବସରରେ ଶିକ୍ଷକ ଓ ଶିକ୍ଷାଦାନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏବେ ନିଆଯାଇଛି ନୂଆ ଏକ ପଦକ୍ଷେପ ।
ପୁର୍ବରୁ ଆମେ ସମସ୍ତେ ଜାଣିଛେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ତେବେ ଏଣିକି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନର ମୂଲ୍ୟାୟନ କରିବେ ଛାତ୍ରଛାତ୍ରୀ । ମିଳିଥିବା ସୂଚନା ଅନୁସାରେ ଶିକ୍ଷକ ଶ୍ରେଣୀରେ ପାଠ ପଢାଇ ସାରିବା ପରେ ଛାତ୍ରଛାତ୍ରୀ ମାନେ ଏକ ନିଦ୍ଧିଷ୍ଟ ଖାତାରେ ଉକ୍ତ ବିଷୟ ଓ ସାରଙ୍କ ଶିକ୍ଷା ଦାନ ଉପରେ ନଂ ଦେବେ । ୧୦ ନଂ ଭିତରେ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ନଂ ଦେବେ । ଯେଉଁ ନଂ ଉପରେ ନିର୍ଭର କରିବ ଶିକ୍ଷକଙ୍କ ପଦୋନ୍ନତି ଓ ଦରମା ବୃଦ୍ଧି ।
ବିଭାଗ ପକ୍ଷରୁ ଏହି ନିୟମ କେତେକ ସରକାରୀ ସ୍କୁଲରେ ଲାଗୁ ହୋଇ ସାରିଲାଣିି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । କେବଳ ସେତିକି ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ବିଦ୍ୟାଳୟ ମଧ୍ୟକୁ ଶିକ୍ଷକ ମାନେ କିଭଳି ମୋବାଇଲ ଫୋନ ନ ନେବା ସେନେଇ ମଧ୍ୟ ଯୋଜନା ପ୍ରସ୍ତୁତ ଚାଲିଛି ।