ଭୂବନେଶ୍ୱର(ଏଟିଆର ବ୍ୟୁରୋ):ବିଭିନ୍ନ ସ୍କୁଲ ଓ କଲେଜ ବୁଲି ସ୍ଥିତି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।କୋଭିଡ କଟକଣା ମଧ୍ୟରେ ରାଜ୍ୟ ସରକାର କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛନ୍ତି । ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି ।ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦୦ ଦିନ ସ୍କୁଲ ଖୋଲିବ ବୋଲି କୁହାଯାଇଛି ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଦୀର୍ଘ ୯ମାସ ପରେ ସ୍କୁଲ ଖୋଲିଥିବା ବେଳେ ପିଲାମାନେ ଅତି ଆଗ୍ରହର ସହ ସ୍କୁଲ ଆସିବାର ଦେଖିବାକୁ ମିଳିଛି । ସ୍କୁଲ ଖୋଲିଥିବା ବେଳେ ଆମେ କାହାରିକୁ ସ୍କୁଲ ଆସିବା ପାଇଁ ବାଧ୍ୟକରିବୁ ନାହିଁ ।ତେଣୁ ଯେଉଁମାନେ ସ୍କୁଲ ଆସିବେ ଅଭିଭାବକଙ୍କ ପୁର୍ଣ୍ଣ ସହମତି ନେଇ ସ୍କୁଲ ଆସିବେ ବୋଲି କୁହାଯାଇଛି ।
ମନ୍ତ୍ରୀ କହିଛନ୍ତି ଅନଲାଇନ ମାଧ୍ୟମରେ ଯେଉଁପାଠ ହୋଇଥିଲା ସେହି ପାଠକୁ ପୁୂର୍ନବାର କ୍ଲାସରୁମରେ ପଢାଯିବ ବୋଲି କହିଛନ୍ତି । ସମସ୍ତ କୋର୍ସକୁ ୧୦୦ ଦିନ ମଧ୍ୟରେ ଶେଷ କରାଯିବ ବୋଲି ଲକ୍ଷ୍ୟ କରାଯାଇଛି । ଏଣିକି ପ୍ରତି ରବିବାର ମଧ୍ୟ କ୍ଲାସ ହେବ ବୋଲି କୁହାଯାଇଛି । ଆଜି ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲ କଲେଜକୁ ଅଫିସରମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।