ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଭିଜିଲ୍ଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲ୍ଲାନ୍ସ ହାତରେ ଧରା ପଡିଛନ୍ତି କୋଟିପତି ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି । ଭୁବନେଶ୍ୱର ସ୍ଥିତ ସିଟି ସ୍କୁଲର ଜଣେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ ଅଛନ୍ତି ଶ୍ରୀମତି ମହାନ୍ତି । ସୂଚନା ଅନୁସାରେ ଆଜି ସକାଳେ ଭିିଜିଲ୍ଲାନ ଗୋପବନ୍ଧୁନଗର ସ୍ଥିତ ତାଙ୍କ ବାସ ଭବନରେ ଚଢାଇ କରିଥଲା ।
ଭିିଜିଲ୍ଲାନ୍ସ ଏକାକାଳୀନ ୩ଟି ସ୍ଥାନରେ ରେଡ କରିଥିଲା । ଚଢାଉ ସମୟରେ ଭିିଜିଲ୍ଲାନ୍ସ ହାତରେ ୯ଟି ସ୍ଥାନରେ ଥିବା ପ୍ଳଟ୍ , ୨ଟି ଘର , କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଥିବା ଜଣାପଡିଛି । ସେ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କ ନିକଟକୁ ଏତେ ମାତ୍ରାରେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଏବେ ବି ଅନୁସନ୍ଧାନ ଚାଲିଛି । ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ଜଣାପଡିଛି ।