ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପାଗ ପରିବର୍ତ୍ତନ ଯୋଗୁ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ପୂର୍ବରୁ ଖରାକୁ ଆଖିରେ ରଖି ସ୍କୁଲ ଗଣଶିକ୍ଷା ବିଭାଗ ଖରା ଛୁଟିକୁ ଆସନ୍ତା ୨୫ ତାରିଖ ଯାଏଁ ଘୁଞ୍ଚାଇଥିଲେ । ମାତ୍ର ପାଗରେ ସୁଧାର ଆସିବାରୁ ପୁଣି ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଆସନ୍ତା କାଲି ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।
ସୂଚନାଯୋଗ୍ୟ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ ସରକାର । ତେବେ ପାଗରେ ପରିବର୍ତ୍ତନ ହେବା କାରଣରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୮ ଯାଏଁ ଖରାଛୁଟି ଘୋଷଣା ହୋଇଥିଲା।ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଦୁଇ ଥର ତାରିଖ ଘୁଞ୍ଚାଇଥିଲେ।
ଅନ୍ୟପଟେ ବାତ୍ୟା ଫୋନିରେ ବେଶି ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାରେ ଏପର୍ଯ୍ୟନ୍ତ ଅନେକ ସ୍କୁଲର ଭିତ୍ତି ଭୁଶୁଡି ପଡୁଥିବାରୁ ସେଠାରେ ପିଲା ମନେ ଆସନ୍ତା କାଲି କେମିତି ପାଠ ପଢିବେ ତାକୁ ନେଇ ଆଶଙ୍କାରେ ରହିଛନ୍ତି ଉଭୟ ଅବିଭାବକ ଓ ବିଦ୍ୟାର୍ଥୀ ।