ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ଦୁର୍ଗାପୂଜା ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ଏନେଇ ଘୋଷଣା କରିଛନ୍ତିି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ କୋଭିଡର ସମୀକ୍ଷା କରି ଏହି ଘୋଷଣା କରିଛନ୍ତି । କରୋନା ପାଇଁ ଦୀର୍ଘ ମାସ ହେଲା ସ୍କୁଲ କଲେଜ କେବେ ଖୋଲିବ ତାକୁ ନେଇ ଅଭିଭାବକ ମାନେ ଦ୍ୱନ୍ଦରେ ଥିଲେ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସ୍ପଷ୍ଟ କରିଛନ୍ତି ।
ସେହିଭଳି ମାସ୍କ ବ୍ୟବହାର ଓ ସାମାଜିକ ଦୁରତ୍ୱ ରକ୍ଷା କରିବାକୁ ଅଧିକ ଗୁରୁତ୍ୱ ଦେବା ସହ ଅଧିକ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ଜୁଲାଇ ମାସ ଠାରୁ ରାଜ୍ୟରେ ଆର୍ଥିକ ପରିସ୍ଥିତି ସାମାନ୍ୟ ସୁଧୁରିଛି । ଅନ୍ୟପଟେ ଆଜି ମଧ୍ୟ ପ୍ରଥମରୁ ଦ୍ୱାଦଶ ଶେଣ୍ରୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ କମ କରାଯାଇଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।