ଭୁବନେଶ୍ୱର(ଏଟିଆର ବ୍ୟୁରୋ):ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଣ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ବନ୍ଦ ଡାକରା ସମୟରେ ଆମ୍ବୁଲାନ୍ସ ଜରୁରୀ ସେବାର ନିୟୋଜିତ ଥିବା ଯାନବାହାନ , ଔଷଧ ଦୋକାନ , ଅତି ଆବଶ୍ୟକ ସେବାର ଥିବା ଗାଡି ମଟର ଏଥିରୁ ବାଦ ପଡିବ । ବିବାହ ପାଇଁ ଯାଉଥିବା ଗାଡି କିମ୍ବା ସତ୍କାର ପାଇଁ ଯାଉଁ ଥିବା ଗାଡିକୁ ଏଥିରୁ ବାଦ ଦିଆଯିବ ।
ବନ୍ଦ ଡାକରା ସମୟରେ ଯେପରି ଅସୁବିଧା ନ ହେବ ତା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।ମଙ୍ଗଳବାର ଦିନ ପୂଜା ଥିବାରୁ ପିଲାମାନେ ସ୍କୁଲ ଯିବେ ନାହିଁ ବୋଲି କହିଛନ୍ତି ।