ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ମାସରୁ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ସେଥିପାଇଁ ଏସଓପି ପ୍ରସ୍ତୁତ ହେଉଛି । ଏନେଇ ପାଞ୍ଚ ଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା କରିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କି, ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ଏବଂ ଡିଇଓଙ୍କ ସହ ଆଲୋଚନା କରାଯିବ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯର୍୍ୟନ୍ତ ଛାତ୍ରଛାତ୍ରୀଙ୍କର ସମ୍ପୂର୍ଣ୍ଣ କ୍ଲାସ କରାଯିବ । ଯଦି କୌଣସି ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡିବା ପାଇଁ ରାଜି ନହୁଅନ୍ତି ତେବେ ସେମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରାଯିବ । ସେହିପରି ୩୦ ପ୍ରତିଶତ ସିଲାବସ ହ୍ରାସ ହୋଇଛି । ଆଉ ଅଧିକ ସିଲାବସ ହ୍ରାସ କରାଯିବ ନାହିଁ । ବାକି ୭୦ ପ୍ରତିଶତ ସିଲାବସ ପାଇଁ ନୂତନ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ।