ଯାଜପୁର (ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲାର ବୋଲି ଜାଣିବାକୁ ମିଳିଛି । ଏହା ଯାଜପୁରର ଦ୍ୱିତୀୟ କରୋନା ଚିହ୍ନଟ । ଏହାପୂର୍ବରୁ ଆଉ ଜଣେ ଚିହ୍ନଟ ହୋଇଥିଲେ । କିନ୍ତୁ ସେ ଏବେ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ।
ମାତ୍ର ଦ୍ୱିତୀୟ ଆକ୍ରାନ୍ତ ଜଣଙ୍କ ଯାଜପୁରର ସାନତ୍ରିଲୋଚନପୁର ଅଞ୍ଚଳର । ଗତମାସରେ ସେ କୋଲକାତାରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନ୍ ରେ ରହିଥିଲେ । କିନ୍ତୁ ତାଙ୍କ ରକ୍ତ ନମୁନା ଗତକାଲୀ ପରୀକ୍ଷା ହେବା ପରେ ପଜିଟିଭ ଆସିବା ପରେ ଏବେ ତାଙ୍କ ଚିକିତ୍ସା ଲାଗି ଅଶ୍ୱିନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁରର ସାନତ୍ରିଲୋଚନପୁର ଅଞ୍ଚଳରୁ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଂଟନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।