ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିହାରରେ ତିଆରି ହେଲା ଭାରତର ପ୍ରଥମ ଗ୍ଲାସ୍ ବ୍ରିଜ । ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥୂ ରାଜଗିରର ନେଚର ସଫାରୀରେ ଏହି ବ୍ରିଜ ତିଆରି ହୋଇଛି । ଏହି ବ୍ରିଜ ନିର୍ମାଣ କରିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା ବୋଲି ସେ କହିଥିଲେ ।
ଏହି ବ୍ରିଜର ଉଚ୍ଚତା ୮୫ ଫୁଟ ଲମ୍ବା ରହିଥିବା ବେଳେ ଚଉଡା ୬ ଫୁଟ ରହିଛି । ଏକକାଳୀନ ଏହି ବ୍ରିଜ ଉପରେ ୪୦ ଜଣ ଲୋକ ଯାତାୟତ କରିପାରିବେ ।
ଏହି ବ୍ରିଜର ନିର୍ମାଣକାର୍ଯ୍ୟ ଦେଖିବା ପାଇଁ ନୀତିଶ ସେଠାରେ ପହଞ୍ଚିଥିଲେ । ୨୦୨୧ ମାର୍ଚ୍ଚ ମାସରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଛି ।ଏହି ନେଚରର ସଫାରୀ ୫୦୦ ଏକର ଜାଗାର ମଝିରେ ତିଆରି ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଏଠାରେ ରୋପ୍ ୱେ ସାଇକେଲିଂ ର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଦେଶର ପ୍ରଥମ ଗ୍ଲାସ ବ୍ରିଜ ଉତ୍ତରଖଣ୍ଡ ରୁଷିକେଶରେ ତିଆରି ହୋଇଥିଲା ଏବଂ ଏହାର ନାଁ ଲକ୍ଷଣ ଝୁଲା ରଖାଯାଇଥିଲା ।