ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ରେଲୱେ ଷ୍ଟେସନ ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୬ଟି ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମ ସ୍କୁଟର ମିଳିଛି । ଏହା ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାରେ ସହାୟତ ହେବ । ଏବେ ଠାରୁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ପଇଁତରା ମାରିବ ଏହି ସ୍କୁଟର ।
ଏହାକୁ ଶୁଭରାମ୍ଭ କରିଛନ୍ତି ରେଲୱେ ଚିଫ ସିକ୍ୟୁରିଟି ଅଫିସର, ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ଓ ଖୋର୍ଦ୍ଧା ଡିଆରଏମ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ପୂର୍ବରୁ ଏଭଳି ବ୍ୟବସ୍ଥା ବିଶାଖାପାଟଣାରେ କରାଯାଇଥିଲା । ସେଗ ୱେ ଆସିବା ପରେ ରେଲ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହୋଇ ପାରିବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଆଶା କରାଯାଉଛି ।