ବାଲେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ବ୍ୟାଙ୍କ ସଟର ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ହେଲେ ବ୍ୟାଙ୍କରୁ କେତେ ଟଙ୍କା ହଡପ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣାଟି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଘଟିଛି । ଏଭଳି ବାରମ୍ବାର ଲୁଟ୍ ହେଉଥିବା ଖବର ସମସ୍ତଙ୍କୁ ଛାନିଆ କରି ରଖିଛି । ଏହାସହିତ ପୋଲିସର ଢିଲା ପଣ ପାଇଁ ଲୁଟେରାଙ୍କ ଉତପାତ୍ ଦିନକୁ ଦିନ ବଢି ଚାଲିଛି । ଏଭଳି ଅନେକ ପ୍ରଶ୍ନ ଉଠିଛି ସାଧାରଣରେ । ଏନେଇ ଲୋକେ ରାସ୍ତାରୋକ୍ ମଧ୍ୟ କରିଛନ୍ତି ।
ଅନ୍ୟପଟେ ବ୍ୟାଙ୍କ ପାଶ୍ୱର୍ରେ ଥିବା ଏକ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।