ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭାସିଲ୍ଡ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ କୋଭାସିଲ୍ଡ ଟିକାର ମାନବ ପରୀକ୍ଷଣ କରାଯାଇଛି । ଆସନ୍ତା ଖ୍ରୀଷ୍ଟମାସ ପରେ ଭାରତ ସରକର ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡିଛି ।
ଖ୍ରୀଷ୍ଟମାସ ପୂର୍ବରୁ ଏହି ଟିକା କୁ ବ୍ରିଟେନରେ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଇଛି । ବ୍ରିଟେନ କୁ ଅନୁମତି ମିଳିଲେ ଭାରତ ସରକାର ମଧ୍ୟ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେବେ ।
ସେରମ ଭାରତ ସରକାରଙ୍କ ପାଖରେ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛି। କିନ୍ତୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଟିକା ସମୀକ୍ଷା କିମିଟି ସେରମକୁ ଆଉ କିଛି ପରୀକ୍ଷା ରିପୋର୍ଟ ମାଗିଥିଲା। ବ୍ରିଟେନ ଅନୁମତି ଦେଲେ ଭାରତରେ ଏହି ଟିକାର ବ୍ୟବହାର ପାଇଁ ବାଟ ଫିଟିବ।
କାରଣ ବ୍ରିଟେନ ଓ ବ୍ରାଜିଲରେ ପ୍ରଥମେ ଅକ୍ସଫୋର୍ଡ ଟିକାର ଟ୍ରାଏଲ ଆରମ୍ଭ ହୋଇଥିଲେ। ସେଠାରେ ଏହାକୁ ସଫଳତା ମିଳିବାରୁ ସେରମ ଭାରତରେ ଏହାର ମାନବ ପରୀକ୍ଷଣ ଆରମ୍ଭ କରିଥିଲା ।