ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୃଦ୍ଧି ପାଇଲା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କର କାର୍ଯ୍ୟକାଳ । ଏନେଇ ଗତକାଲି ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୬ ବ୍ୟାଚ ଓଡିଶା କ୍ୟାଡର ଆଇପିଏସ ଅଫିସର ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ଜୁନ ୩୦ରେ ଶେଷ ହେବାର ଥିଲା । ତେବେ ଏହି କାର୍ଯ୍ୟକାଳକୁ ସରକାର ବୃଦ୍ଧି କରିଛନ୍ତି । ସୂଚନାନୁଯାୟୀ, ଓଡିଶାର ପୋଲିସ ମହାନିର୍ଦ୍ଦେଶକ ଭାବେ ଅଭୟ ୨୦୧୯ ଡିସେମ୍ବର ୯ରେ ନିଯୁକ୍ତ ହୋଇଥିଲେ । ସେ ବି. କେ ଶର୍ମାଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଥିଲେ ।
ତେବେ ଅଭୟଙ୍କ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟକାଳକୁ ୨ବର୍ଷ କରିବାକୁ ଗୃହବିଭାଗ ପକ୍ଷରୁ ସୁପାରିସ କରାଯାଇଥିଲା । ଗତ ନଭେମ୍ବର ୨୦ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କର ସୁପାରିସ ଉପରେ ବିଚାର କରି ସରକାର ଅଭୟଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଅଭୟଙ୍କ କାର୍ଯ୍ୟକାଳକୁ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।