ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଛି । ଶରତରେ ଗ୍ରୀଷ୍ମ ଭଳି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାଫଳରେ କଲବଲ ହେଉଛନ୍ତି ଲୋକେ । ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ଆଗାମୀ ୫ ଦିନ ଏଭଳି ପାଗ ଲାଗିରହିବ ।
ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ।