କେନ୍ଦୁଝର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜି କେନ୍ଦୁଝର ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧ ଜଣ ବଡବିଲ ଅଞ୍ଚଳର ବୋଲି ଜଣାପଡିଛି । ଏହା ସହ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ଜଣା ପଡିଛି ।
ତେବେ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସଟଡାଉନ ସମୟରେ ଜରୁରୀ କାମ ଥିଲେ , ଘରୁ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି କେହି ସଟଡାଉନ ନିୟମକୁ ନମାନି ବାହାରେ ବୁଲନ୍ତି । ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠା ଗ୍ରହଣ କରାଯିବ । ସୂଚନା ଯୋଗ୍ୟ ରାଜ୍ୟରେ ମୋଟ ସଂଖ୍ୟା ୯ ହଜାର ୦୭୦ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି । ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୯୩୪ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୦୯୦ଟି ସକ୍ରିୟ କେସ୍ ରହିଛି । ଅନ୍ୟପଟେ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।