ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବିବାହ ପାଇଁ କଥା ଦେଇ ଶାରୀରିକ ସମ୍ପର୍କ ରଖିବା ସବୁବେଳେ ବଳତ୍କାର ହୋଇନଥାଏ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କାରଣ ଏହା ସାଧାରଣତଃ ମହିଳାମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେ ବି ବଳତ୍କାର ନୁହେଁ ବୋଲି କହିଛନ୍ତି ।
ଶାରୀରିକ ସମ୍ପର୍କ ସ୍ଥାପନ କରିବା କେବଳ ଏକ ତରଫା ହୋଇନଥାଏ । ଭାରତୀୟ ପିଙ୍ଗଳ କୋଡର ଧାରା ୩୭୫ ଅନୁସାରେ ବିବାହ କରିବା ପାଇଁ କଥା ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କ ସହମତି ରହିଥାଏ । ତେଣୁ ଏହାକୁ ବଳତ୍କାର କୁହାଯାଇ ପାରିବ ନାହିଁ ।
୨୦୦୮ ମସିହାରେ ଜଣେ ମହିଳା ଅଭିଯୋଗ କରିଥିଲେ ଜଣେ ପୁରୁଷ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ପରେ ସେ ତାଙ୍କୁ ବିବାହ କରିନଥିଲେ । ଓ ତାପରେ ମହିଳା ଜଣକ ସେହି ପୁରୁଷଙ୍କ ନା ରେ କୋର୍ଟରେ ବଳତ୍କାରା ଅଭିଯୋଗ ଦେଇଥିଲେ । ଏହି ମାମାଲାର ବିଚାର କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଫଳରେ ଅଭିଯୁକ୍ତ ଜଣଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।