ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଗୋବର୍ଦ୍ଧନ ପୀଠ ଯାଇ ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି । ଏହି ବୈଠକଟି ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତାରେ ବସିଥିବା ବେଳେ ଏଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଳୱତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଶଙ୍କରାଚାର୍ଯ୍ୟଙ୍କ ସହ ବର୍ଷକୁ ୩ରୁ ୪ଥର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ ।
ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ନୀତି ଅନୁସାରେ ମନ୍ଦିରର ୮୦୦ ବର୍ଷ ପୁରୁଣା ପରମ୍ପରା ରୀତିନୀତି ଅନୁଯାୟୀ ସେବା ନୀତି ସମ୍ପନ୍ନ ହେବ । ଶ୍ରୀଜୀଉଙ୍କର ସେବା ପୂଜା ନିମନ୍ତେ ଶଙ୍କରାଚାର୍ଯ୍ୟ ଯେଉଁସବୁ ପରାମର୍ଶ ଦେବେ ସେହି ଅନୁଯାୟୀ ସେବା ପୂଜାନୀତି ଅନୁଷ୍ଠିତ ହେବ । ଶ୍ରୀଜୀଉଙ୍କର ଯେଉଁସବୁ ନୀତିକାନ୍ତି ପୁନଃ ବ୍ୟବସ୍ଥିତ କରାଯିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।